ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପରଗଡ଼ଗ୍ରାମରେ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରକିଟା ପଞ୍ଚାୟତ ଅଧିନସ୍ଥ କପରଗଡ଼ ଗ୍ରାମରୁ ରାସ୍ତା ନଥିବାରୁ ଚାରି ଚକିଆ ଗାଡ଼ି ଯାତାୟତ କରିପାରୁ ନାହିଁ। ଫଳରେ ଗୁରୁବାର କପରଗଡ଼ ଗ୍ରାମର ପରମାନନ୍ଦ ମାଝିଙ୍କ ସ୍ତ୍ରୀ ଜୋଗିନୀ ମାଝିଙ୍କ ପ୍ରସବ ବେଦନା ବଢ଼ିବାରୁ ସେଠାକର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ କପରଗଡ଼ ଗ୍ରାମକୁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥିବାରୁ ଗର୍ଭବତୀ ଜୋଗିନୀ ମାଝିଙ୍କୁ ତାଙ୍କର ସମ୍ପର୍କୀୟମାନେ ଷ୍ଟ୍ରେଚର ସାହାଯ୍ୟରେ ପାହାଡ଼ିଆ ରାସ୍ତାରେ ବୋହି ଆଣି ହସ୍ପିଟାଲକୁ ପହଞ୍ଚାଇଥିଲେ।

ଏହି ଗ୍ରାମରୁ ଅନେକଥର ରୋଗୀ ହେଉ ଅବା ଗର୍ଭବତୀ ଖଟିଆରେ ବୁହାହୋଇ ଚିକିତ୍ସା ପାଇଁ ଯାଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡ଼ୁନାହିଁ।  ଅଞ୍ଚଳବାସୀ ଅନେକ ସମୟରେ ରାସ୍ତା ଟିକକ ପାଇଁ ଅଭିଯୋଗ କରିବା ସହ ଅନୁରୋଧ କରିଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ କହିଛନ୍ତି।

Comment