ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଫିଲ୍ମ ‘ପଟାଖା’ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ରାଧିକା ମଦନ ତାଙ୍କ ଅପକମିଙ୍ଗ ଫିଲ୍ମର ପ୍ରମୋଶନ ପାଇଁ ଏବେ ବ୍ୟସ୍ତ ଅଛନ୍ତି। ରାଧିକାଙ୍କ ଅପକମିଙ୍ଗ ଫିଲ୍ମ ହେଉଛି ‘ମର୍ଦ କୋ ଦର୍ଦ ନେହିଁ ହୋତା’।

ଏହି ଫିଲ୍ମରେ ରାଧିକା ଲିଡ ରୋଲରେ ନଜର ଆସିବେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବିଗତ ଦିନର ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନି।

ଏହା ପୂର୍ବରୁ ରାଧିକା ପଟାଖାରେ ଲିଡ୍‌ ରୋଲରେ ଅଭିନୟ କରିଥିଲେ। ରାଧିକା ତାଙ୍କ ଅଭିନୟ କ୍ୟାରିୟର ସିରିଏଲରୁ ଆରମ୍ଭ କରିଥିଲେ। କଲର୍ସ ଟିଭିରେ ମେରି ଆସିକ ତୁମ୍‌ସେ ହି’ରେ ଅଭିନୟ କରିଥିଲେ। ଏହି ସିରିଏଲକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Comment