ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ନିକଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି। ଏହାରି ଭିତରେ କାହାକୁ କେଉଁଠୁ ଟିକେଟ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିଜେଡି ଛାଡ଼ିବା ପରେ ପାରାଦୀପରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗୁରୁବାର ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ନବୀନ ନିବାସ ଆସିଛନ୍ତି। ନିକଟରେ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଟିକେଟ ଲାଗି ସେ ନିଜ ଦାହବି ଉପସ୍ଥାପନ କରିବାକୁ ଆସିଥିବା କହିଛନ୍ତି।

କୁହାଯାଉଛି ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭା ଲାଗି ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି। ନବୀନ ନିବାସରେ ସମ୍ବିତ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରୁ ଲାଗୁ ଯଦି ଦଳ ତାଙ୍କୁ ଟିକେଟ ଦିଏ ସେ ନିର୍ବାଚନ ଲାଗି ପ୍ରସ୍ତୁତ ଅଟନ୍ତି।

ଯଦି ବିଜେଡି ସମ୍ବିତଙ୍କୁ ପାରାଦୀପରୁ ପ୍ରାର୍ଥୀ କରେ ତେବେ ଡାକ୍ତର ରାଉତଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଏବେ ପାରାଦୀପ ବାସିଙ୍କର ଏକ ବଡ଼ ପ୍ରଶ୍ନ।

Comment