ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନୀ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରଜନୀତି। ଏଣେ ଶାସକ ଦଳ ପକ୍ଷରୁ କାହାକୁ ଟିକେଟ୍‌ ମିଳିବ, କହାକୁ ମିଳିବନି ସେନେଇ ଚାଲିଛି ଅଙ୍କକଷା। ସେଥିପାଇଁ ନବୀନ ନିବାସରେ ଦେଖା ଦେଉଛି ଆଶାୟୀ ପ୍ରର୍ଥୀଙ୍କ ଭିଡ଼। ତେବେ ଅସନ୍ତା ନିର୍ବାଚନରେ ବିଜେଡି ପକ୍ଷରୁ ଏହି ୩ ଜଣଙ୍କୁ ଟିକେଟ୍‌ ମିଳିନପାରେ ବୋଲି ଚର୍ଚ୍ଚା ହେଉଛି।

ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଟିକେଟ ବଣ୍ଟନ କରିବେ। ତେବେ ଯେଉଁ ପ୍ରାର୍ଥୀଙ୍କ ଜିତିବାର ସମ୍ଭାବନା ରହିଛି, ପାର୍ଟି ସେମାନଙ୍କୁ ଟିକେଟ ଦେବ। ଏଥର ଲୋକସଭା ଆସନ ପାଇଁ ବ୍ରହ୍ମପୁରର ସାଂସଦ ସିଦ୍ଧାନ୍ତ ମହାପାତ୍ର, କୋରାପୁଟ ସାଂସଦ ଝିନ ହିକ୍‌କା ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କୁ ଆଉ ଟିକେଟ୍ ମିଳିନପାରେ ବୋଲି ଶୁଣିବାକୁ ମିଳୁଛି।

ଗୁରୁବାର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଦଳରେ ଅଣଦେଖା କରାଯାଇଛି କହି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ୍‌ ନମିଳିବା ତାଲିକାରେ ବଳଭଦ୍ର ମାଝୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଦଳ ପକ୍ଷରୁ ତାଲିକା ପ୍ରକାଶ ପାଇବା ପୂର୍ବରୁ ହିଁ ସେ ଦଳ ଛାଡ଼ିଛନ୍ତି।

ଏଥର ବ୍ରହ୍ମପୁରରୁ ତୃତୀୟ ଥର ଲାଗି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ଦେଇନପାରେ। ସୁପ୍ରିମୋ ସେଠାରେ ନୂଆ ମୁହଁକୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Comment