ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଘୋଷଣା ହୋଇଛି ଆର୍ଥିକ ବଜେଟ୍‌। ପୁରୀ ଗଜପତି ମହାରାଜ ଦିବ୍ୟ ସଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ ଗଜପତି ମହାରାଜ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧୦୨ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି।

ସେଥିମଧ୍ୟରୁ ଶ୍ରୀମନ୍ଦିର ବିକାଶ ଓ ଭିତ୍ତିଭୂମି ବାବଦରେ ୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ବୈଠକରେ ଦାନ ଅର୍ଥ ବଢ଼ାଇବା ପାଇଁ ବଜେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ତେବେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବା ବଜେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ରଥଯାତ୍ରା ପାଇଁ ବଜେଟ୍‌ରେ ୬ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଖର୍ଚ୍ଚ କରାଯିବ ନିଷ୍ପତ୍ତି ବୈଠକରେ ନିଆଯାଇଛି।

ଅନ୍ୟପକ୍ଷରେ ପୁରୀ ଗଜପତି ମହାରାଜଙ୍କ ପ୍ରାପ୍ୟ ପାଉଣା ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବ। ସରକାରଙ୍କ ପକ୍ଷରୁ ବାର୍ଷିକ ୧୨ ଲକ୍ଷ ଟଙ୍କା ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବା ବୈଂକରେ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶୁକ୍ରବାର ଦିନ ୧୧ଟାରେ ପରିଚାଳନା କମିଟିର ବୈଠକ ବସିଥିଲା। ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ  ବଜେଟ ଉପସ୍ଥାପନ କରାଯାଇଛି।

Comment