ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍। ଏହି କଣ୍ଟ୍ରୋଲ ରୁମ୍ ଆଜିଠୁ ଖୋଲା ଯାଇଛି। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲା ରହିବ।

ଏହି କଣ୍ଟ୍ରୋଲ ରୁମ୍‌କୁ ସାଧାରଣ ଲୋକେ ନିର୍ବାଚନୀ ଅନିୟମିତତା ସମ୍ପର୍କରେ ସିଧାସଳଖ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପାଇଁ ନମ୍ବର – ୦୬୭୪ -୨୩୯୫୦୧୫।

ଅଭିଯୋଗକୁ ଆଧାର କରି ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏପ୍ରିଲ ୧୧ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଛି। ଚାରିଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୨୯ ଯାଏଁ ଓଡ଼ିଶାରେ ନିର୍ବାଚନ ହେବ। ଏଥିପାଇଁ ରାଜନୀତି ମାହୋଲ ଗରମ ରହିଛି।

Comment