ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ପୁରସ୍କାର ବିଜେତା ଓମଙ୍ଗ କୁମାର ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ରିଲିଜ୍‌ ଡେଟ୍‌ ଘୋଷଣା କରାଯାଇଛି। ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏପ୍ରିଲ ୧୨ରେ ରିଲିଜ୍‌ ହେବ।

ଫିଲ୍ମରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠୁ ଆରମ୍ଭ କରି ୨୦୧୪ ସାଧାରଣ ନିର୍ବାଚନରେ ଐତିହାସିକ ଜିତ୍‌ ଓ ଶେଷରେ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏଁ ସଫର ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ଫିଲ୍ମର ଶେଷ ଭାଗର ସୁଟିଂ ମୁମ୍ବାଇରେ ଏବେ ଜୋରସୋରରେ ଚାଲିଛି। ଫିଲ୍ମ ନିର୍ମାତା ସନ୍ଦୀପ ସିଂ କହିଛନ୍ତି, “ଏହା ଏକ ସ୍ୱତନ୍ତ୍ର ଫିଲ୍ମ ଏବଂ ଏମିତି ଏକ କାହାଣୀ ଯାହା ଲୋକେ ଜାଣିବାର ମଧ୍ୟ ଅନେକ ଆବଶ୍ୟକତା ଅଛି। ମୋତେ ଲାଗୁଛି ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ।”

ଫିଲ୍ମରେ ବିବେକ ୱବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ସଫଳତାକୁ ନେଇ ପୂରା ଟିମ୍‌ ଆଶାବାଦୀ ଥିବା ବେଳେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା।

Comment