ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ସୁବୁବେଳେ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ପ୍ରାୟ ତତ୍କାଳରେ ଟିକେଟ କରୁଛନ୍ତି ତେବେ ଏଖବର ଆପଣ ପଢ଼ିବା ନିହାତି ଜରୁରୀ।

ନିକଟରେ ରେଳ ବିଭାଗ ତରଫରୁ ଟିକେଟ ନିୟମରେ ପରିବର୍ତ୍ତନ କରାଯାଇଛି। ଆଇଆରସିଟିସି ହୋଲିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ଲାଗି ଏହି ପରିବର୍ତ୍ତନ କରିଛନ୍ତି। ଏହି ସମୟରେ ସାଧାରଣତଃ ଅନେକ ଲୋକ ଘରକୁ ଯାଇଥାନ୍ତି, କିଛି ଲୋକ ବୁଲିବା ଲାଗି ପ୍ଲାନ ବି କରିଥାନ୍ତି। ଯାହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ତତ୍କାଳ ଟିକେଟ ବୁକିଂ ନେଇ ଥିହା ସମୟ ସୀମାରେ ପରିବର୍ତ୍ତନ କରିଛନ୍ତି। ତତ୍କାଳ ଟିକେଟ କରିବାର ସମୟକୁ ଦୁଇଦିନରୁ କମାଇ ଗୋଟିଏ ଦିନ କରିଦିଆଯାଇଛି।

ଆପଣ ଯଦି ହୋଲିରେ ଘରକୁ ଯିବାକୁ ପ୍ଲାନ କରିଛନ୍ତି ତେବେ ଆଇଆରସିଟିସି ୱେବସାଇଟ୍‌ www.irctc.co.in ନହେଲେ ରେଲୱେ କାଉଣ୍ଟରରୁ ତତ୍କାଳ ଟିକେଟ କାଟିପାରିବେ। ଆଇଆରସିଟିସି ଅନୁସାରେ ତତ୍କାଳ ଟିକେଟ ବୁକିଂ ପାଇଁ ଅଗ୍ରୀମ ରିଜର୍ଭେସନ ପିରିୟଡ(ଏଆରପି)କୁ ଦୁଇ ଦିନ କମାଇ ଗୋଟିଏ ଦିନ କରାଯାଇଛି।

ପୂର୍ବରୁ ତତ୍କାଳ ଟିକେଟ ଲାଗି ଦୁଇଦିନ ସମୟ ଥିବାରୁ ଯେଉଁ ଯାତ୍ରୀ ମାନଙ୍କୁ ହଠାତ୍‌ କେଉଁଠିକୁ ଯିବାକୁ ପଡିଥାଏ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ନୂଆ ନିୟମ ଅନେକଙ୍କ ସପକ୍ଷରେ ଯିବ। ନୂଆ ନିୟମ ଅନୁସାରେ ଯାତ୍ରୀ ଟ୍ରେନ ଛାଡ଼ିବା ତାରିଖରୁ ଗୋଟିଏ ଦିନ ଆଗରୁ ଟିକେଟ କାଟିପାରିବେ।

Comment