ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ଆଉଥରେ ନିର୍ବାଚନ ଲଢ଼ିବା ମୁଡ୍‌ରେ ନାହାନ୍ତି। ଏଥର ଲୋକସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏନେଇ ସେ ଦଳର ହାଇକମାଣ୍ଡଙ୍କୁ ଜଣାଇ ଦେଇଥିବା ଶୁଣିବାକୁ ମିଳିଛି।

୨୦୧୪ରେ ପରେଶ ଗୁଜୁରାଟର ଅହମ୍ମଦାବାଦ(ପୂର୍ବ) ଲୋକସଭା ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ। ସେହି ନିର୍ବାଚନରେ ପରେଶ କଂଗ୍ରେସ ପ୍ରାର୍ଥୀ ହିମତ ସିଂହ ପଟେଲଙ୍କୁ ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ କରି ନିର୍ବାଚନରେ ଜିତିଥିଲେ।

ଏହାପରେ ଫିଲ୍ମରୁ ରାଜନୀତିରେ ତାଙ୍କର ଏଣ୍ଟ୍ରି ହୋଇଥିଲା।

Comment