ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡ଼ିବେ। ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ସେ କଂଗ୍ରେସରୁ ଇସ୍ତଫା ଦେଇ ପାରନ୍ତି। କଂଗ୍ରେସ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି। ଏନେଇ ପ୍ରକାଶ ନିଜ କର୍ମୀଙ୍କ ମତାମତ ଲୋଡ଼ିଛନ୍ତି।

ପ୍ରକାଶ କଂଗ୍ରେସରୁ ଇସ୍ତଫା ଦେବା ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ପ୍ରଶାନ୍ତ ବେହେରାଙ୍କ ଟିକେଟ ବିଜେଡିରୁ କଟୁ ନଥିବାରୁ ପ୍ରକାଶ ବିଜେପି ଆସି ପାରନ୍ତି ବୋଲି କୁହାଯାଉଛି।

ଗତ କିଛିଦିନ ତଳେ ପ୍ରକାଶ ସାଲେପୁରରେ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାରେ କୌଣସି ଦଳୀୟ ବ୍ୟାନର ଦେଖିବାକୁ ମିଳି ନଥିଲା।

ପ୍ରକାଶ ଗତ ୨୦୧୪ରେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

Comment