ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ସଲମାନ ଖାନ ନୁସରତ ଭରୁଚାଙ୍କୁ ତାଙ୍କ ଫିଲ୍ମରେ କାମ କରିବାର ସୁଯୋଗ ଦେଉଛନ୍ତି।

ବଲିଉଡ ସୁପରଷ୍ଟାର ସଲମାନ ଖାନ ବଲିଉଡରେ ଅନେକ ନୂଆ ଚେହେରାଙ୍କୁ କାମ କରିବାରୁ ସୁଯୋଗ ଦେଇଛନ୍ତି। ଏହି ନୂଆ ଚେହେରାଙ୍କ ମଧ୍ୟରେ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି। ଏହି ମଧ୍ୟରେ ସଲମାନ ଆଉ ଜଣେ ନବାଗତାଙ୍କୁ ନିଜ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଉଛନ୍ତି। ତେବେ ଏହି ଅଭିନେତ୍ରୀ ଜଣକ ହେଲେ କାର୍ତ୍ତିକ ଆର୍ଯ୍ୟନଙ୍କ ଅନସ୍କ୍ରିନ ଗର୍ଲଫ୍ରେଣ୍ଡ।

‘ସୋନୁ କେ ଟିଟୁ କେ ସୁଇଟି’ ଫିଲ୍ମରେ କାମ କରିସାରିଥିବା ନୁସରତ ଭରୁଚା ସଲମାନଙ୍କ ବ୍ୟାନରରେ ନିର୍ମିତ ଫିଲ୍ମରେ ନଜର ଆସିବେ। ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ। ଏକ ଲଭ୍‌ଷ୍ଟୋରିକୁ ନେଇ ଫିଲ୍ମଟି ତିଆରି ହେବ। ଏଥିରେ ୱେଡିଙ୍ଗ ଡ୍ରାମା ଦେଖାଯିବ।

ଫିଲ୍ମର ସୁଟିଂ ଦିଲ୍ଲୀରେ ଖୁବଶୀଘ୍ର ଆରମ୍ଭ ହେବ। ନିକଟରେ ସଲମାନ ଆଉ ଦୁଇ ନୂଆ କଳାକାରଙ୍କୁ ସୁଯୋଗ ଦେଇଛନ୍ତି। ଫିଲ୍ମ ନୋଟବୁକ୍‌ରେ ନ୍ଜର ଆସୁଥିବା ଦୁଇ ନୂଆ କଳାକାର ଜାହିର ଓ ପ୍ରନୂତନଙ୍କୁ ସଲମାନ ସୁଯୋଗ ଦେଇଛନ୍ତି।

Comment