ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟେସନରେ ଟ୍ରେନ ନରୋକିବାରୁ ଲୋକ ପାଇଲଟଙ୍କୁ ମିଳିଛି ଦଣ୍ଡ। ଲୋକୋ ପାଇଲଟଙ୍କୁ ଜୀବନ ବ୍ୟାପି ଟ୍ରେନ ଇଞ୍ଜିନ ଚଳାଇବାକୁ ଦଣ୍ଡ ମିଳିଛି। ରାଜସ୍ଥାନ ଖାଟୁ ଷ୍ଟେସନରେ ଟ୍ରେନ ନରୋକିବାରୁ ଏଭଳି ସଜା ମିଳିଛି।  ଯୋଧପୁରରୁ ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନକୁ ଲୋକୋ ପାଇଲଟ ଅବଦୁଲ ବହିଦ ଏବଂ ସହ ପାଇଲଟ୍ ଓମକାର କଟାରିୟା ଚଲାଉଥିଲେ।

ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଟ୍ରେନକୁ ନେଇ ରାତି ୯ଟା ୩୦ ମିନିଟ ସମୟରେ ଡେଗାନାରୁ ବାହାରିଥିଲେ। ଆଗରେ ପଡ଼ୁଥିବା ଛୋଟି ଖାଟୁ ଷ୍ଟେସନରେ ଟ୍ରେନଟି ଷ୍ଟପେଜରେ ରହିବାର ଥିଲା।  କିଛି ଯାତ୍ରୀ ଓହ୍ଲାଇବା ସହ କିଛି ଯାତ୍ରୀ ଯିବା ପାଇଁ ଟ୍ରେନ ଅପେକ୍ଷାରେ ଥିଲେ। କିନ୍ତୁ ଛୋଟି ଖାଟୁ ଷ୍ଟେସନରେ ଟ୍ରେନ ନରହି ଟ୍ରେନଟି ୧୦୦ କିମି ବେଗରେ ଦନଦନାତି ଷ୍ଟେସନ ଅଭିମୁଖେ ଯାଇଥିଲା।

ପାଖାପାଖି ୧୦ କିମି ଦୂର ଯିବା ପରେ ଲୋକ ପାଇଲଟଙ୍କୁ କିଛି ଭୁଲ ହୋଇଥିବା ମନେ କରି ଟ୍ରେନକୁ ଅଟକାଇଥିଲେ। ସେତେବେଳକୁ ଛୋଟି ଖାଟୁ ଷ୍ଟେସନ ଛାଡ଼ି ଦେଇଥିବା ଜାଣିପାରିଥିଲେ। ଭୁଲରେ ୧୦ କିମି ଆଗକୁ ପଳାଇଥିବାରୁ ଗାର୍ଡ ଏବଂ ଲୋକ ପାଇଲଟ୍ ଟ୍ରେନକୁ ପଛକୁ ଆଣିବାକୁ ବାଧ୍ୟ ହୋଇଥିଲେ ଏବଂ ଛୋଟି ଖାଟୁ ଷ୍ଟେସନରେ ଯାତ୍ରୀଙ୍କୂ ଛାଡ଼ିଥିଲେ।

ଏହି ଭୁଲ ସାମ୍ନାକୁ ଆସିବା ପରେ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଲୋକୋ ପାଇଲଟ୍ ଅବଦୁଲ ବହିଦ ଏବଂ ସହାୟକ ପାଇଲଟ୍ ଓମକାର କଟାରିୟାଙ୍କୁ ଦଣ୍ଡ ଦିଆଯାଇଛି। ଚାକିରି ଥିବା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ବଦଳରେ କେବଳ ରେଳ ଇଞ୍ଜିନ ଚଲାଇବେ। ରେଲୱେ ଅଧିକାରୀଙ୍କ କହିବା ଅନୁସାରେ ଛୋଟି ଖାଟୁ ହଲ୍ଟ ଷ୍ଟେସନ ଅଟେ। ଏଠାରେ ସିଗନାଲ କି ରେଲୱେ କର୍ମଚାରୀ ନିୟୋଜିତ ନଥିବା କହିଛନ୍ତି।

Comment