ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟୁରୋ

ଆଜି ହେଉଛି ବଲିଉଡ ଡିଭା ଆଲିଆ ଭଟ୍ଟଙ୍କ ବର୍ଥ ଡେ’। ୨୬ ବର୍ଷ ବୟସରେ ପଦାର୍ପଣ କଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ଜନ୍ମଦିନରେ ଆଲିଆଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟି ଆସିଛି। ସିନେ ଦୁନିଆ ଅନେକ କଳାକାର ଆଲିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏଥର ଜନ୍ମଦିନକୁ ଆଲିଆ ଅଭିନେତା ରଣବୀର କପୁରଙ୍କ ସହ ପ୍ରାଇଭେଟ୍‌ରେ ମନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଆଲିଆ ଓ ରଣବୀର କପୁରଙ୍କ ଆଫେୟାର ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେଉଛି। ତେବେ ଆଲିଆଙ୍କ ଏହି ପ୍ରଇଭେଟ୍‌ ପାର୍ଟିକୁ ରଣବୀରଙ୍କ ବ୍ୟତୀତ କରଣ ଜୋହର ଓ ଆୟନ ମୁଖର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଛି।

ଆଲିଆ ଭଟ୍ଟ ଓ ରଣବୀର କପୁର ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥର ଆଲିଆ ଭଟ୍ଟ ‘ବ୍ରହ୍ମାସ୍ତ୍ର’ ଟିମ୍‌ ସହ ନିଜ ଜନ୍ମଦିନକୁ ପାଳନ କରିବାକୁ ଚାହିଁଛନ୍ତି। ଏହି ଫିଲ୍ମର ସୁଟିଂ ସମୟରେ ଉଭୟ ଆଲିଆ ଓ ରଣବୀର ଅଧିକ ନିକଟତର ହୋଇଥିଲେ। ଏପରିକି ଖବର ଆସୁଛି, ଦୁହେଁ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି।

Comment