ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମଶ୍ରୀ ପୁରସ୍କାର ସମାରୋହରେ ୩ ଓଡ଼ିଆଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତି ଭବନରେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି।

ଦେଶର ୯୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୩ ଓଡ଼ିଆ ରହିଛନ୍ତି।

ସମାଜସେବା ପାଇଁ ଦୈତାରୀ ନାୟକଙ୍କୁ ଏହି ପୁରସ୍କାର ମିଳିଛି। ଡି ପ୍ରକାଶ ରାଓଙ୍କୁ ମଧ୍ୟ ସମାଜସେବା ପାଇଁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

କୃଷି କ୍ଷେତ୍ର ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ୪୭ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

Comment