ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଙ୍ଗର ପର୍ବ ହୋଲି। ପ୍ରେମ ଓ ଭଲପାଇବାର ପର୍ବ ହେଉଛି ହୋଲି। ରାଗ, ଘୃଣା ସବୁକିଛି ଭୂଲି ସମସ୍ତେ ହୋଲିକୁ ପାଳନ କରିଥାନ୍ତି , ପରସ୍ପର ପରସ୍ପରକୁ ଅବିର ଦେଇ ହୋଲିର ଶୁଭକାମନା ଜଣାଇଥାନ୍ତି।

ଫଗୁଣ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥୀରୁ ଆରମ୍ଭ ହୋଇ ଫଗୁଣ ମାସ ପୂର୍ଣ୍ଣିମା ଯାଏଁ  ଥିବା ଦିନକୁ ଲୋକେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥରର ମାର୍ଚ୍ଚ ୧୪ରୁ ଏହା ଆରମ୍ଭ ହୋଇଯାଇଛି।

ବିଶ୍ୱାସ ରହିଛି ଏହି ଦିନ ମାନଙ୍କରେ କିଛି ଶୁଭ କାମ କରାଯାଇନଥାଏ। କାରଣ ଏହି ୭ଦିନ ସମସ୍ତ ୯ଗ୍ରହଙ୍କର ସ୍ୱାଭାବ ଭଲ ରହିନଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ପୂର୍ବର ଏହି ୭ଦନି ଯାକ କୌଣସି ମାଙ୍ଗଳିକ କାମ କରାନଯିବା ଦରକାର। ତେବେ ଆସନ୍ତୁ ଜାଣିବା ଏହି ଦିନମାନଙ୍କରେ କେଉଁ କରିବା ଅନୁଚିତ୍‌।

ଶୁଭ କାମ କରନ୍ତୁ ନାହିଁ

ବିଶ୍ୱାସ ରହିଛି କି ଏହି ଦିନମାନଙ୍କର ଘର ନିର୍ମାଣ କିମ୍ବା ବିବାହ କାର୍ଯ୍ୟ କରାଯିବା ଠିକ୍‌ ନୁହଁ। ଏମିତି କଲେ ଘରେ ସବୁବେଳେ ଝଗଡା ଓ ବିବାହ ହୋଇଥିଲେ ତାହା ଭାଙ୍ଗିବାର ଆଶଙ୍କା ରହିଥାଏ

ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ

ଏହି ସମୟ ମଧ୍ୟରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ଅନୂଚିତ୍‌। ଯଦି କରନ୍ତି ତେବେ ବ୍ୟବସାୟରେ ଅନେକ ସମସ୍ୟା ସହିତ ଟଙ୍କା ଫସି ରହିବାର ଆଶଙ୍କା ଅଧିକ ଥାଏ

ଗହଣା କିମ୍ବା ବସ୍ତ୍ର କିଣନ୍ତୁ ନାହିଁ

କୁହାଯାଏ ଏହି ଦିନ ମାନଙ୍କରେ କୌଣସି ନୂଆ ଲୁଗା କିମ୍ବା ଗହଣା କିଣିବା ଠିକ୍‌ ନୁହଁ। ଯଦି କରନ୍ତି ତେବେ ହଜିବାର ଆଶଙ୍କା ଅଧିକ ଥାଏ।

ନୂଆ ଗାଡ଼ି କିଣନ୍ତୁ ନାହିଁ

ସାଧାରଣରେ ଲୋକେ ବିଶ୍ୱାସ କରିଥାନ୍ତି ହୋଲି ପୂର୍ବର ଏହି ଗୋଟିଏ ସପ୍ତାହରେ ନୂଆ ଗାଡି କିଣିବା ଠିକ୍‌ ନୁହଁ। ଏମିତି କଲେ ଗାଡ଼ି ଖରାପ ହେବାର ଆଶଙ୍କା ଅଧିକ ଥାଏ।

କୌଣସି ସଂସ୍କାର କାମ କରନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ଏହି ସମୟରେ କୌଣସି ସଂସ୍କାର କାମ କରନ୍ତୁ ନାହିଁ। ଯଦି କରିବେ ତେବେ ସେତେଟା ଶୁଭଫଳ ମିଳିନଥାଏ।

.ଉପରୋକ୍ତ ସମସ୍ତ ତଥ୍ୟ ଶାସ୍ତ୍ର ଅନୁସାରେ କୁହାଯାଇଛି ଏହା ଓଡ଼ିଶାଲାଇଭ୍‌ର ବ୍ୟକ୍ତିଗତ ମତ ନୁହଁ

Comment