ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନୀ ବିଗୁଲ। ଏହା ପରେ କାହାକୁ ଟିକେଟ ମିଳିବ କାହାକୁ ଟିକେଟ ମିଳିବନି ସେ ନେଇ ଅଙ୍କକଷା ଚାଲିଛି। ଏହାରି ଭିତରେ ଯଦି କେଉଁଠି ଅଧିକ ଭିଡ଼ ଦେଖିବାକୁ ମିଳିଛୁ ତାହା ହେଉଛି ନବୀନ ନିବାସ।

ଗତ ସୋମବାରଠାରୁ ରାତି ପାହିଲେ ନବୀନ ନିବାସରେ ନେତାଙ୍କର ଲମ୍ବା ଲାଇନ୍‌। ପ୍ରତିଦିନ ସଭାପତିଙ୍କ ବାସଭବନରେ ଦଳର ସାଂସଦ, ବିଧାୟକ, ନେତା, କର୍ମୀ ଓ ପ୍ରାର୍ଥୀ ହେବାକୁ ଆଶାୟୀ ଆବେଦନକାରୀଙ୍କ ଭିଡ଼ ଜମୁଛି।

କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟ ଅପେକ୍ଷା ନବୀନ ନିବାସରେ ଲାଗି ରହୁଥିବା ଭିଡ଼ ନିର୍ବାଚନୀ ବାତାବରଣକୁ ଅଧିକ ଉଷ୍ଣ କରିଛି।

ଆଗାମୀ ନିର୍ବାଚନ ଲାଗି କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ନେତା ଓ କର୍ମୀ ଆଶା ଆଶଙ୍କାରେ ରହିଛନ୍ତି। ଶନିବାର ସକାଳରେ ମଧ୍ୟ ନବୀନ ନିବାସରେ ଆଶାୟୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।

ବିଶେଷ ସୂତ୍ରର ଖବର ଅନୁସାରେ ପାଖାପାଖି ୪୦ହଜାରରୁ ଅଧିକ ଆବେଦନ ପହଞ୍ଚିସାରିଲାଣି ସଭାପତିଙ୍କ ପାଖରେ। ଶନିବାର ପଶ୍ମିମ ଓ ଦକ୍ଷିଣ ଓଡ଼ିଶାରୁ କିଛି ଆଶାୟୀ ଆସି ନବୀନ ନିବାସ ପହଞ୍ଚିଛନ୍ତି। କଟକ-ଚୌଦ୍ୱାର ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି।

Comment