ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ମୁଁ ତଥାକଥିତ ରାଜନେତା ନୁହେଁ ଯେ କ୍ଷମତା ପାଇଁ ପଛରୁ ଛୁରି ମାରିବି। ମୋ ପାଇଁ ରାଜନୀତିର ସଜ୍ଞା ଅଲଗା” କହିଛନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର।

୨୦୧୯ ନିର୍ବାଚନରେ କ’ଣ ରହିବ ସିଦ୍ଧାନ୍ତ ମହାପାତ୍ରଙ୍କ ଭୂମିକା। ସେ ପୁଣି ଟିକେଟ ପାଇବେ ନା ଆଉ କିଏ ବାଜି ମାରିନେବ। ଏନେଇ ଓଡିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସିଦ୍ଧାନ୍ତ କହିଥିଲେ, “ଦଳ ପକ୍ଷରୁ ଟିକେଟ ନମିଳିଲେ ମୁଁ ଦୁଖିତ ହେବି ନାହିଁ, ମୁଖ୍ୟ ଯଦି ଚାହିଁବେ ମୁଁ ଦଳ ପାଇଁ ପ୍ରଚାର କରିବି”

ବ୍ରହ୍ମପୁର ଲୋକସଭା ଆସନ ପାଇଁ କ’ଣ କରିଛନ୍ତି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିଦ୍ଧାନ୍ତ କହିଛନ୍ତି, “ବ୍ରହ୍ମପୁର ପାଇଁ ସବୁଠୁ ବଡ଼ ସମସ୍ୟା ଥିଲା ପିଇବା ପାଣି ସମସ୍ୟା। ଆମେ ଏହି ସମସ୍ୟାର ସମାଧାନ କରିପାରିଛୁ। ସେହିପରି ରାସ୍ତାଘାଟ, ସ୍ୱଚ୍ଛତା, ବ୍ରହ୍ମପୁର ଷ୍ଟାଡିୟମର ପୁନଃନିର୍ମାଣ, ଗଜପତି ଜିଲ୍ଲାର ଯୋଗାଯୋଗ, ଜଳସେଚନ ସମସ୍ୟା ଭଳି ବିଭିନ୍ନ ସମସ୍ୟାର ସମାଧାନ ହୋଇଛି।”

ସିଦ୍ଧାନ୍ତ କହିଛନ୍ତି, “ ବ୍ରହ୍ମପୁରର ଆଜି ଯାହାବି ବିକାଶ ହୋଇଛି, ସେଥିରେ କେବଳ ମୋର ହାତ ନାହିଁ। ଏଥିରେ ସମସ୍ତଙ୍କ ସହଯୋଗ ରହିଛି। ବ୍ରହ୍ମପୁର ସହରରେ କ’ଣ ପରିବର୍ତ୍ତନ ହୋଇଛି ତାହା ମୁଁ ନୁହେଁ, ଲୋକେ କହିବେ।”

ମୁଁ ବିତର୍କରେ ନୁହେଁ କାମରେ ବିଶ୍ୱାସ କରେ

ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାନ୍ତ ହେଉଛନ୍ତି ସଂସଦରେ କମ ପ୍ରଶ୍ନ ପଚାରୁଥିବା ନେତାମାନଙ୍କ ମଧ୍ୟରୁ ଜଣେ। ତେବେ ଏ ବିଷୟରେ କହିବାକୁ ଯାଇ ସିଦ୍ଧାନ୍ତ କହିଛନ୍ତି, “ମୁଁ ବିତର୍କରେ ନୁହେଁ କାମରେ ବିଶ୍ୱାସ କରେ। ବିତର୍କରେ ସମୟ ନଷ୍ଟ କରିବା ଅପେକ୍ଷା ମୋ ନିର୍ବାଚନ ମଣ୍ଡଳୀରେ କିପରି ସଠିକ୍‌ ରୂପେ କାମ ହୋଇପାରିବ ସେଥି ପ୍ରତି ମୁଁ ଅଧିକ ଧ୍ୟାନ ଦେଇଥାଏ। ନେଇ। ପାର୍ଲିଆମେଣ୍ଟରେ ମୋ ଲୋକମାନଙ୍କ ସମସ୍ୟାକୁ ନେଇ ପ୍ରଶ୍ନ କରିଛି। କିନ୍ତୁ ସେଥିରୁ କିଛି ଫଳ ମିଳିନଥିଲା। ପ୍ରଶ୍ନ-ଉତ୍ତର ଭିତରେ ସମସ୍ୟା ରହିଯାଇଛି। ତେଣୁ ମୁଁ କାମରେ ଫୋକସ୍‌ ରଖିଛି।”

ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣକୁ ସ୍ୱାଗତ କଲେ ସିଦ୍ଧାନ୍ତ

ଚଳିତ ନିର୍ବାଚନରେ ଓଡ଼ିଶାର ଲୋକସଭା ଓ ବିଧାନସଭା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ବ୍ୟବସ୍ଥାକୁ ସାଂସଦ ସିଦ୍ଧାନ୍ତ ମହାପାତ୍ର ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବଢ଼ାଇ ୫୦ ପ୍ରତିଶତ କରାଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଏକ ଭଲ ପଦକ୍ଷେପ।”

ରାଜନୀତିରେ ନୂଆ ମୁହଁର ଆବଶ୍ୟକତା ରହିଛି

ଚଳିତ ନିର୍ବାଚନରେ ରାଜ୍ୟ ରାଜ୍ୟ ରାଜନୀତିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି। ଏ ବିଷୟରେ କହିବାକୁ ଯାଇ ସିଦ୍ଧାନ୍ତ କହିଛନ୍ତି, “ମୁଁ ବି ଦିନେ ନୂଆ ଥିଲି। ଆଗାମୀ ପିଢ଼ିଙ୍କ ପାଇଁ ଦଳରେ ନୂଆ ମୁହଁ ରହିବା ଆବଶ୍ୟକ। ନୂଆ ଆସିଲେ ତ ସେମାନେ ପୁରୁଣା ହେବ। ସେଥିପାଇଁ ତେଣୁ ଦଳରେ ନୂଆ ମୁହଁର ଆବଶ୍ୟକତା ରହିଛି।”

୨୦୦୯ ନିର୍ବାଚନରେ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ ବୋଲି କହିଛନ୍ତି। ତେବେ ବହୁ ସଂଖ୍ୟାରେ ନୂଆ ଯୁବ ଭୋଟର ନିର୍ବାଚନରେ ସାମିଲ ହୋଇଥିବା ସେ କହିଛନ୍ତି। ଏଥିସହ ଆଗାମୀ ନିର୍ବାଚନରେ ଓଡ଼ିଶାରେ ପୁଣି ଥରେ ବିଜେଡି ସରକାର ଗଢ଼ିବ ବୋଲି ଭବ୍ୟଷ୍ୟବାଣୀ କରିଛନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର।

Comment