ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ମସିଜିଦ୍‌ ଗୁଳିକାଣ୍ଡ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି।

ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ମସିଜିଦ୍‌ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗୁଜୁରାଟର ଜୁନୈଦ କାରା। ଏହି ଘଟଣାରେ ଏବେ ବି ୯ ଭାରତୀୟ ନିଖୋଜ ଥିବା ସୂଚନା ରହିଛି।

ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସହରର ଦୁଇଟି ମସଜିଦ୍‌ରେ ଶୁକ୍ରବାର କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୪୯ ଜଣ ମୃତ୍ୟୁ ହୋଇଥିଲା। ଏହି ଗୁଳିକାଣ୍ଡ ଅଲ ନୁର ମସଜିଦ୍‌ ଏବଂ ଲିନ୍‌ଉଡ ମସଜିଦ୍‌ରେ ହୋଇଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଏହି କାଣ୍ଡ ଘଟାଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗୁଳିକାଣ୍ଡ ଇତିହାସ ପାଇଁ ଏକ କଳାଦିନ ଥିଲା। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଲ ନୁର୍‌ ମସଜିଦକୁ ନମାଜ ପାଇଁ ଆସିଥିଲେ ବାଂଲାଦେଶୀ କ୍ରିକେଟ ଖେଳାଳି। ହେଲେ ଖେଳାଳିମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡ ପରେ ବିଭିନ୍ନ ସରାକାରୀ କାର୍ଯ୍ୟାଳୟ ଏବଂ ସାଧାରଣ ସ୍ଥାନକୁ ବନ୍ଦ କରିଦିଆଯାଇଛି।

Comment