ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ ‘କୁଲ୍‌ଫି କୁମାର ବାଜେବାଲା’କୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ସିରିଏଲରେ କୁଲ୍‌ଫି ଚରିତ୍ରରେ ଅଭିନୟ କରୁଥିବା ଶିଶୁ କଳାକାର ଏହି ସିରିଏଲର ମୁଖ୍ୟ ଆକର୍ଷଣ। ଏହି ଶିଶୁ କଳାକାରଙ୍କ ଚୁଲବୁଲି ଅଭିନୟ ଦର୍ଶକଙ୍କୁ ଦିୱାନା କରିଛି। ତେବେ ଏତେ କମ୍‌ ବୟସରୁ ଏତେ ନିଖୁଣ ଅଭିନୟ କରୁଥିବା ଏହି କଳାକାର ଜଣକ ହେଲେ ଆକୃତି ଶର୍ମା।

ଏହି ସିରିଏଲ ଜରିଆରେ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଆକୃତି ସିରିଏଲରେ ଆସିବା ପୂର୍ବରୁ ପରିବାର ସହିତ ଦିଲ୍ଲୀରେ ରହୁଥିଲେ। ସିରିଏଲରେ ଅଭିନୟ କରିବାର ଅଫର ମିଳିବା ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ମଧ୍ୟ ମୁମ୍ବାଇ ଶିଫ୍ଟ କରିଥିଲେ।

ଆକୃତିଙ୍କର ଅଭିନୟ କଳା ପିଲାଟି ଦିନରୁ ଦେଖାଯାଇଥିଲା। ମାତ୍ର ୭ ବର୍ଷ ବୟସର ଏହି କଳାକାରଙ୍କୁ ଫିଲ୍ମର ଅଫର ବି ମିଳିଛି। ମାତ୍ର ଏକା ସାଙ୍ଗରେ ପାଠପଢ଼ା, ସିରିଏଲ ଫିଲ୍ମ ତାଙ୍କ ଉପରେ ପ୍ରଭାବ ପକାଇବ ବୋଲି ସେ ଫିଲ୍ମରେ ଦୂରେଇ ରହୁଛନ୍ତି।

Comment