ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବ୍ୟକ୍ତିଗତ କାରଣ ପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ପ୍ରୀତିନନ୍ଦା ରାଉତରାୟ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ସେ ବିଏମ୍ସିର ମେୟର ହେବା ପାଇଁ ପ୍ରମୁଖ ଦାବିଦାର ଥିଲେ। କିନ୍ତୁ ସେତେବେଳେ ଅନନ୍ତ ନାରାୟଣ ଜେନା ବାଜି ମାରି ନେଇଥିଲେ।

ପ୍ରୀତିନନ୍ଦା ହେଉଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ। ନିକଟରେ ଦାମ ନୂଆଦିଲ୍ଲୀରେ ବିଜେପି ପାର୍ଟି ଅଫିସରେ ପଦ୍ମ ଧରିଛନ୍ତି। ଦାମ ବିଜେଡିରେ ଦୀର୍ଘ ବର୍ଷ ହେଲା ରହିଥିଲେ। ହେଲେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦାମଙ୍କୁ ବିଜେଡି ବହିଷ୍କାର କରିଥିଲା।

ଦାମ ବିଜେପିରେ ଯୋଗ ଦେଇଥିବାରୁ ପ୍ରୀତିନନ୍ଦା ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment