ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା। ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ନିଜ ଇସ୍ତଫାପତ୍ର ଦେଇଛନ୍ତି।

କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ଦଳୀୟ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଇସ୍ତଫାପତ୍ରରେ ସେ ଦର୍ଶାଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଥିଲେ। କିନ୍ତୁ ସେ ଶୁଣି ନଥିଲେ ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ ଅଛି।

ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଖବର ଚର୍ଚ୍ଚା ହେଉଥିଲା। ବିଗତ ୨୦ ବର୍ଷ ଧରି ସେ କଂଗ୍ରେସରେ କାମ କରି ଆସୁଛନ୍ତି। କିନ୍ତୁ କଂଗ୍ରେସ ତାଙ୍କ ପ୍ରତି ଅବହେଳା କରିଥିବା ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Comment