ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଘୋଷଣା ହେଲା ଭାରତୀୟ ଜନତା ପାର୍ଟିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପ୍ରଥମ ପର୍ଯ୍ୟାୟରେ କେବଳ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଆନ୍ଧ୍ର ପ୍ରଦେଶ ପାଇଁ ମୋଟ ୧୭୫ ଆସନ ପାଇଁ ୧୨୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ସେହିପରି ଅରୁଣାଚଳ ପ୍ରଦେଶର ୬୦ଟି ଆସନରୁ ୫୪ଟି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।

ଅରୁଣାଚଳ ପ୍ରଦେଶର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଏଥର ନିର୍ବାଚନ ଲଢ଼ିବେ। ଅରୁଣାଚଳ ପ୍ରଦେଶର ମୁକ୍ତୋ ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି।

ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ହେବ।

Comment