ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜେପିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ।

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ରବିବାର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବସିବାକୁ ଥିବା କେନ୍ଦ୍ରିୟ ନିର୍ବାଚନ କମିଟି ବୈଠକରେ ବିଭିନ୍ନ ଲୋକସଭା ଆସନ ପାଇଁ ନିଷ୍ପତ୍ତି ହୋଇପାରେ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟଲୀ ଉପସ୍ଥିତ ରହିବେ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିଯାଏଁ ବିଜେପିର କେନ୍ଦ୍ରିୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ରାଜ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା

ସେପଟେ ବିଜେପିର ଉତ୍ତରପ୍ରଦେଶ କୋର ଗ୍ରପୁ୍‌ ସହିତ ଅମିତ ଶାହ ବୈଠକ କରିବେ।

ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ସାମିଲ ହେବେ। ଏଥି ସହିତ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ କୋର ବୈଠକ ହେବ।

ତେବେ କେଉଁ କେଉଁ ରାଜ୍ୟ ଲାଗି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଜିତିବା ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବ।

LEAVE A REPLY

Please enter your comment!
Please enter your name here