ଓଡ଼ିଶାଲଇଭ୍‌ ବ୍ୟୁରୋ

ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ବର୍ଷ ବୟୟରେ ପାରିକରଙ୍କ ଦେହାନ୍ତ ହୋଇଛି।

ପାରିକର ଅନେକ ଦିନ ହେବ ପାନକ୍ରିଆଟିକ୍‌ କ୍ୟାନସରରେ ପୀଡିତ ଥିଲେ। ସେ ଅନେକଦିନ ଧରି ବିଦେଶରେ ଚିକିତ୍ସା କରାଇଛନ୍ତି। ଗତ କିଛିମାସ ପୂର୍ବରୁ ସେ ମୁମ୍ବାଇ ଫେରିଥିଲେ। ଗୋଆରେ ତାଙ୍କର ଚିକିତ୍ସା ଚାଲିଥିଲା।

ଅନେକ ଦିନଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ରବିବାର ଖବର ଆସିଥିଲା। ଡାକ୍ତର ଯଥାସମ୍ଭବ ଚେଷ୍ଟା ଚଳାଉଛନ୍ତି ନେଇ ଗୋଆ ସିଏମ୍‌ଓ ପକ୍ଷରୁ ସୂଚନା ଦିଆଯାଇଥିଲା

ତିନିଥର ଗୋଆର ମୁଖ୍ୟମନ୍ତ୍ରୀ ରହିସାରିଥିବା ମନୋହର ପାରିକର ଦେଶର ରକ୍ଷାମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ପାରିକରଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାରିକର ଗୋଆ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Comment