ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ ପରେ ଟୁଇଟରରେ ନିଜ ନାଁ ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟୁଇଟରରେ ନିଜ ନାମରେ ପରିବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ।। ପ୍ରତି ରାଲି ଓ ସଭାରେ ନିଜକୁ ଚୌକିଦାର କହୁଥିବା ମୋଦି ନିଜ ନାମ ଆଗରେ ଚୌକିଦାର ଯୋଡ଼ି ଦେଇଛନ୍ତି। ଅର୍ଥାତ୍‌ ଟୁଇଟର ଆକଉଣ୍ଟରେ ମୋଦି ନାମ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି।

କେବଳ ମୋଦି ନୁହଁନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପିୟୂଷ ଗୋଏଲଙ୍କ ସମେତ ବରିଷ୍ଠ ବିଜେପି ନେତା ଟୁଇଟରରେ ନାଁ ବଦଳେଇ ନାଁ ଆଗରେ ଚୌକିଦାର ଶବ୍ଦର ବ୍ୟବହାର କରିଛନ୍ତି।

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ନୂଆ ଉପାୟ ଆପଣେଇ ନେଇଛି। ନିର୍ବାଚନ ପ୍ରଚାର ପ୍ରାସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ନୂଆ ନାରା ‘ମୁଁ ବି ଚୌକିଦାର’ ଜାରି କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟର ପେଜ୍‌ରେ ଏକ ଭିଡିଓ ସେୟାର କରି ମୁଁ ଚୌକିଦାର ଅଭିଯାନର ଆରମ୍ଭ କରିଛନ୍ତି। ୩ ମିନିଟ ୪୦ ସେକେଣ୍ଡର ଏହି ଭିଡିଓରେ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଦର୍ଶାଯାଇଛି। ‘ମୁଁ ବି ଚୌକିଦାର’ ଭିଡିଓ ଜାରି ହେବାପରେ ଏହି ନାଁରେ ପରିବର୍ତ୍ତନ ହୋଇଛି।

Comment