ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଦୈତାରୀ ନାୟକ ପଥର କାଟି ନିଜ ଗାଁକୁ ପାଣି ଆଣିବାରେ ସଫଳ ହେବାପରେ ସେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ମାର୍ଚ୍ଚ ୧୬ରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ତିନିଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି  ଓଡ଼ିଶାର ‘ମାନ୍‌ଝୀ’ କୁହାଯାଉଥିବା ଦୈତାରୀ ନାୟକ।  ଯିଏକି ସମାଜସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଦୈତାରୀ ନାୟକ ହେଲେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ତାଳବୈତରଣୀ ଗ୍ରାମର ଜଣେ ବୃଦ୍ଧ ଆଦିବାସୀ।

ଦୈତାରୀ ନିଜ ଉଦ୍ୟମ ବଳରେ ପାହାଡ଼କୁ କାଟି ନିଜ କ୍ଷେତକୁ ଆଣିଥିଲେ ପାଣି। ଖାଲି ସେତିକି ନୁହେଁ ଏହି ପାଣି ମଧ୍ୟ ଗ୍ରାମର ଅନ୍ୟ ଲୋକଙ୍କ ବିଲରେ ଉପଯୋଗ ମଧ୍ୟ ହୋଇପାରୁଛି। ଦୈତାରୀଙ୍କ ଏହି କାର୍ଯ୍ୟକୁ ପ୍ରଥମେ କେହି ଗ୍ରହଣ କରୁନଥିଲେ ହେଁ ପରେ ତାଙ୍କ ଉଦ୍ୟମକୁ ଦେଖି ଗାଁଲୋକ ମଧ୍ୟ ସହଯୋଗର ହାତ ବଢାଇଥିଲେ।

ତାଙ୍କର ୩ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ସମସ୍ତଙ୍କ ସହଯୋଗରେ ଦୀର୍ଘ ତିନି କିଲୋମିଟିର ଦୂରରୁ ପାହାଡ଼ କାଟି ନିଜ ଗ୍ରାମକୁ ଚାଷ ପାଇଁ ଜଳ ଧାରା ଆଣିପାରିଥିଲେ।

ଦୈତାରୀଙ୍କ ଏଭଳି କାମ ଯୋଗୁଁ ଗାଁକୁ ସବୁଦିନ ପାଇଁ ଜଳସେଚନ ସମସ୍ୟା ଦୂର ହୋଇପାରିଛି।

ଦୈତାରୀଙ୍କୁ ଓଡ଼ିଶାର ମାନ୍‌ଝୀ କାହିଁକି କୁହାଯାଉଛି?

ଦୈତାରୀଙ୍କ ପୂର୍ବରୁ ବିହାରର ମାଉଣ୍ଟେନ୍‌ ମ୍ୟାନ୍‌ ଦଶରଥ ମାନ୍‌ଝୀ ପାହାଡ଼ କାଟି ନିଜ ଗାଁକୁ ରାସ୍ତା ତିଆରି କରିଥିଲେ। ତାଙ୍କ ପରେ ଓଡ଼ିଶାରେ ଦୈତାରୀ ନାୟକ ପାହାଡ଼ କାଟି ଗାଁକୁ ପାଣି ଆଣିବାରେ ସଫଳ ହୋଇଥିବାରୁ ତାଙ୍କୁ ଓଡ଼ିଶାର ‘ମାନ୍‌ଝୀ’ କୁହାଯାଉଛି।

Comment