ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ୪/୫ ଦିନ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୪/୫ ଦିନଧରି ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏଥିପାଇଁ ଆଗାମୀ ୨୪ ଘଣ୍ଟା ପାଗ ମେଘୁଆ ରହିପାରେ। ତେବେ ରାଜ୍ୟରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହୋଇପାରେ।

ସୁନ୍ଦରଗଡ଼, କେନ୍ଦୁଝର. ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ଆଶଙ୍କା କରାଯାଇଥିବରୁ ସତର୍କତା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଅଯୋଇଛି।

LEAVE A REPLY

Please enter your comment!
Please enter your name here