ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିର ପ୍ରଥମ ଦଫା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ଗତ ୨୦ବର୍ଷ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨ଟି ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେ ତାଙ୍କର ପୂରୁଣା ହିଞ୍ଜିଳି ଆସନ ସହ ଏଥର ପଶ୍ଚିମ ଓଡ଼ିଶାର ବିଜେପୁରରୁ ମଧ୍ୟ ନିର୍ବାଚନ ଲଢ଼ିବେ।

ନିର୍ବାଚନ ତାରିଖ ଘୋଷଣା ହେବାପରେ ପ୍ରାର୍ଥୀ ତାଲିକା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।  ପ୍ରାର୍ଥୀ ତାଲିକା ଘୋଷଣାକୁ ଆଶାୟୀ ପ୍ରାର୍ଥୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଏହି ମଧ୍ୟରେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ପ୍ରଥମଥର ପାଇଁ ଦୁଇଟି ଆସନରୁ ଲଢ଼ିବେ ନବୀନ। ନବୀନ ହିଞ୍ଜଳିକଟ ଓ ବିଜେପୁର ଆସନରୁ ନିର୍ବାଚନ ଲଢ଼ିବେ।

Comment