ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ଲଣ୍ଡନରେ ମ୍ୟାଡାମ୍‌ ତୁଷାଦ ମ୍ୟୁଜିୟମରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ମହମ ପ୍ରତିମୂର୍ତ୍ତିର ଉଦଘାଟନ କରାଯାଇଛି। ଏହି ଉତ୍ସବରେ ସ୍ୱାମୀ ରଣବୀର ସିଂଙ୍କ ସହିତ ଲଣ୍ଡନ ପହଞ୍ଚିଥିଲେ ଦୀପିକା ପାଦୁକୋଣ।

ରଣବୀର ସେଠାରେ ଦୁଇ ଦୀପିକାଙ୍କ ସହ ଉଠାଇଥିବା ଢେର ସାରା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ଏହାକୁ ନେଇ ଖୁସି ଥିବା କହିଛନ୍ତି। ରଣବୀର ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ସହ ଏକ କ୍ୟାପସନ୍‌ ଦେଇଛନ୍ତି ଯେଉଁଠିକୁ ସମସ୍ତଙ୍କ ନଜର ପ୍ରଥମେ ଯାଉଛି।

 

View this post on Instagram

 

DP 2.0! Original तो … मेरे पास है! 😉 #twomuchtohandle @deepikapadukone @madametussauds

A post shared by Ranveer Singh (@ranveersingh) on

ରଣବୀର ଫଟୋ ଶେୟାର କରିବା ସହ ଲେଖିଛନ୍ତି କି, “ଡିପି ୨.୦ର ଅରିଜିନାଲ ମୋ ପାଖରେ ଅଛି।” ଯାହାର ଭାରି ମଜାଳିଆ ଉତ୍ତର ରଖିଛନ୍ତି ଡିପି ସେ ଲେଖିଛନ୍ତି, “ତୁମକୁ ଭଲ ଭାବେ ଜଣା କି ମୋ କଥା ଅଧିକ ମନେ ପଡ଼ିଲେ ତୁମକୁ କେଉଁଠିକୁ ଯିବାକୁ ହେବ।’’

ବଲିଉଡର ପାୱାରଫୁଲ କପଲ କୁହାଯାଉଥିବା ଦୀପିକା ଓ ରଣବୀର ଗତ ନଭେମ୍ବରରେ ବିବାହ କରିଛନ୍ତି। ଦିପିକା ଏବେ ଏସିଡ୍‌ ପୀଡିତାଙ୍କ ଉପରେ ଆଧାରିତ ଫିଲ୍ମର ସୁଟିଂରେ ବିଜି ଥିବା ରଣବୀର ଫିଲ୍ମ ଗଲିବୟର ସଫଳତାକୁ ସେଲିବ୍ରେଟ କରୁଛନ୍ତି।

Comment