ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଦାନ୍ତ କାରଖାନା ସମ୍ମୁଖରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି।

କଳାହାଣ୍ଡି ବେଦାନ୍ତ କମ୍ପାନି ସମ୍ମୁଖରେ ପୋଲିସ୍‌ ଓ ଶ୍ରମିକ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍‌ ଲାଠି  ମାଡ଼ରେ ୪୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲାବେଳ ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି। ମୃତ ଶ୍ରମିକ ହେଲେ ଗାନି ବାତ୍ରା।

ଆହତ ଶ୍ରମିକମାନେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଏହି ଘଟଣା ପରେ ବେଦାନ୍ତ କମ୍ପାନି ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କାରଖାନା ସାମ୍ନାରେ ୧୪୪ ଧାରା ଜାରି କରିଛି ପୋଲିସ।

ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କ କମ୍ପାନିରେ ନିଯୁକ୍ତି ଦାବିରେ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ନିଯୁକ୍ତି ଦାବିରେ ଅନେକ ଥର ଆନ୍ଦୋଳନ ହୋଇଛି। ମାତ୍ର ଏଥର ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି।

Comment