ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଏପ୍ରିଲ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଭୋଟ୍‌ ଗ୍ରହଣର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ରୁ ଆରମ୍ଭ ହେବ। ଜାଣନ୍ତୁ କେଉଁଠି କେବେ ଭୋଟ୍‌। 

ଓଡ଼ିଶାରେ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।  ସୋମବାର ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଥିଲାବେଳେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟର ୫ଟି ଲୋକସଭା ଆସନ(ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ପ୍ରାର୍ଥିପତ୍ର ଦାଖଲ – ମାର୍ଚ୍ଚ ୧୯- ମାର୍ଚ୍ଚ ୨୬
  • ପ୍ରାର୍ଥିପତ୍ର ଯାଞ୍ଚ – ମାର୍ଚ୍ଚ ୨୭
  • ପ୍ରାର୍ଥିପତ୍ର ପ୍ରତ୍ୟାହାର – ମାର୍ଚ୍ଚ ୨୯

ଏପ୍ରିଲ ୧୮

ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ପଶ୍ଚିମ ଓଡ଼ିଶାର ବରଗଡ଼,ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ଲୋକସଭା ସହିତ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।

ବରଗଡ଼ ଲୋକସଭାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା।

ସୁନ୍ଦରଗଡ଼ ଲୋକସଭାର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ  ଆସନ।

ଆସ୍କା ଲୋକସଭାର ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ବିଧାନସଭା ଆସନ।

କନ୍ଧମାଳ ଲୋକସଭାର ବାଲିଗୁଡ଼ା, ଜି ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର।

ବଲାଙ୍ଗୀର ଲୋକସଭା ଅନ୍ତର୍ଗତ  ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଝୀ ବିଧାନସଭା ପାଇଁ ଏପ୍ରିଲ ୧୮ରେ ଭୋଟ ଗ୍ରହଣ କରାଯିବ।

Comment