ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହାଯାଏ ପତି-ପତ୍ନୀଙ୍କ ସମ୍ପର୍କ ଜନ୍ମରୁ ହିଁ ସ୍ଥିର ହୋଇଥାଏ। ଏହାକୁ କେହି ଭୁଲ କହିପାରିବେ ନାହିଁ।  ଏହି କଥା ବର୍ତ୍ତମାନ ସତ୍ୟରେ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶ ନିମାଡ ଅଞ୍ଚଳର ପୁନାସା ଗାଁରେ ରହୁଥିବା ମାତ୍ର ୩୬ ଇଞ୍ଚ ଉଚ୍ଚ ବିଶିଷ୍ଟ ବରକୁ ମିଳିଛି ସମାନ ଉଚ୍ଚତାର କନିଆ। ଏହି ବାହାଘରରେ ଉଭୟ ବର କନିଆ ବେଶ୍‌ ଖୁସି ଅଛନ୍ତି।

ଏହି ବର ଜଣକ ହେଉଛନ୍ତି ପୁନାସା ଗାଁରେ ଧନେଶ ରାଜବୈଦ। ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୦ ବର୍ଷ ହେଲା ତାଙ୍କ ପାଇଁ ବଧୂ ସନ୍ଧାନରେ ଥିଲେ। ବର୍ତ୍ତମାନ ଏହି ବାହାଘରରେ ଦୁଇ ପରିବାର ବେଶ୍ ଖୁସିଅଛନ୍ତି। ଏହି ବାହାଘରରେ ଅଧିକ ଆକର୍ଷଣ ଥିଲା ବରଯାତ୍ରୀଙ୍କ ସହ ନିଜେ ବର ନାଚୁଥିଲା।

୩୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଧନେଶ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ କାମ କରନ୍ତି। ତାଙ୍କ ପତ୍ନୀ ଚେତନା ଶର୍ମା ମଧ୍ୟ ଭଲ ପାଠ ପଢ଼ିବା ସହିତ ବଡବାନୀ ଜିଲ୍ଲାରେ ଗ୍ରାମୀଣ ଜୀବିକା ମିଶନରେ କାମ କରୁଛନ୍ତି। ନିଜର ଜୀବନ ସାଥିକୁ ନେଇ ବେଶ ଖୁସି ଥିବା କହିଛନ୍ତି ଧନେଶ।

Comment