ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କର ରହିଛି ବଡ଼ ଫ୍ୟାନ୍ ଫଲୋଇଙ୍ଗ। ସେମାନଙ୍କ ମଧ୍ୟରୁ କେହି କେହି ନିଜ ପସନ୍ଦର ଲୋକଙ୍କ ପାଇଁ କିଛି ବି କରିପାରନ୍ତି। ହେଲେ କେହି ବି ଜଣେ ନେତାଙ୍କ ଫ୍ୟାନ୍ ଥିବା ଭାବି ନ ଥିବେ।  ସେପରି ଜଣେ ବ୍ୟକ୍ତି ହେଲେ ମୋହନ ଯାଦବ।

ପୁନେରୁ ୩୫ କିମି ଦୂର କେସନନ୍ଦ ଫାଟା ଗ୍ରାମରେ ରହୁଥିବା ମୋହନ ଯାଦବ ସ୍ୱର୍ଗତ ବାଲା ସାହେବ ଠାକ୍‌ରେଙ୍କ ବଡ଼ ଫ୍ୟାନ୍। ୫୨ ବର୍ଷୀୟ ମୋହନ, ଠାକ୍‌ରେଙ୍କୁ ନିଜର ଆଦର୍ଶ ମାନିଛନ୍ତି। ସେଥିଲାଗି ସେ ବ୍ୟବହାର କରୁଥିବା ପ୍ରତ୍ୟେକ ବସ୍ତୁ କେଶରୀ ରଙ୍ଗର। ସେ ଟୋପି ହେଉ ଅଥବା ଚଷମା, ଶାର୍ଟ, ପ୍ୟାଣ୍ଟ, ଘଣ୍ଟା, ମୋବାଇଲ୍, ଚପଲ, ସବୁକିଛି ସେ ଏହି ରଙ୍ଗର ପରିଧାନ କରିଥାନ୍ତି। ଏପରିକି ତାଙ୍କ ବାଇକ ବଜାଜ ପଲସର ମଧ୍ୟ ଉକ୍ତ ରଙ୍ଗର। ଏଥିରେ ଠାକ୍ରେ, ମୀନାତାଇ, ଉଦ୍ଧବ ଠାକ୍ରେ ପ୍ରମୁଖଙ୍କ ଫଟୋ ଲଗାଯାଇଛି।

ସେ ଅତ୍ୟନ୍ତ ଗର୍ବରେ ନିଜକୁ ଠାକ୍ରେଙ୍କ ଫ୍ୟାନ୍ କହିବା ସହ ନିଜର ଅନୁଭୂତି ବଖାଣିଥାନ୍ତି। ଏମିତିକି ମୋହନଙ୍କ ବିଷୟରେ ଜାଣିବା ପରେ ବାଲା ସାହେବ ଠାକ୍ରେଙ୍କ ତାଙ୍କୁ ଭେଟିବା ଲାଗି ମଧ୍ୟ ଆସିଥିବା ସେ ପ୍ରକାଶ କରନ୍ତି।

Comment