ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଟିକେଟ୍‌ ନମିଳିବାରୁ କଂଗ୍ରେସ ଦଳର ହାତ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ। ଆସନ୍ତା ନିର୍ବାଚନ ପାଇଁ ସୋମବାର ରାତିରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ୍‌ ମିଳି ନଥିବାରୁ ସାଧୁ ନେପାକ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବରଗଡ଼ ବିଧାନସଭା ଆସନ ପାଇଁ ଆଶୟୀ ଥିଲେ।

ଚଳିତ ନର୍ବାଚନରେ କଂଗ୍ରେସ ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ପ୍ରକାଶ ପାଇଛି।

ସାଧୁ ନେପାକଙ୍କୁ ଟିକେଟ୍ ନଦେଇ ନିପନ ଦାଶଙ୍କୁ ଟିକେଟ୍‌ ମିଳିଥିବାରୁ ସେ କଂଗ୍ରେସ ହାତ ଛାଡ଼ିଛନ୍ତି। ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସାଧୁ ନେପାକ କଂଗ୍ରେସ ଛାଡ଼ିଥିବା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାତୀୟ ସ୍ତରରେ ଚାରୋଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ସୋମବାର ରାତିରେ କଂଗ୍ରେସ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Comment