ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସୋମବାର ପ୍ରକାଶ ପାଇଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା। ଯେଉଁଥିରେ ଅନେକ ପରିବର୍ତ୍ତନ କରିଛନ୍ତି ବିଜେଡି ସଭାପତି।

୨୧ଲୋକସଭା ଆସନ ମଧ୍ୟରୁ ୯ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ୮ ନୂଆ ମୁହଁ ଅଛି। ସେହିପରି ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ପରେ ଏବେ ତୃତୀୟ ଓ ଚତୁର୍ଥ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଆଶାୟୀଙ୍କ ନଜର।

ପ୍ରଥମ ଓ  ଦ୍ୱିତୀୟ ପର୍ଯ୍ୟାୟ ପରି ତୃତୀୟ ଓ ଚତୁର୍ଥ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସମାନ କଥା ଦେଖିବାକୁ ମିଳିବ ନା ବିଜେଡି ସଭାପତି କିଛି ପରିବର୍ତ୍ତନ କରିବେ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମଙ୍ଗଳବାର ସକାଳଠୁ ନବୀନ ନିବାସରେ ଚଳଚଞ୍ଚଳ ଦେଖିବାକୁ ମିଳିଛି। ନବୀନ ନିବାସରେ ପହଞ୍ଚିଛନ୍ତି ଅନୂପ ସାଏ। ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ନିଜ ପୁଅ ବିଷ୍ଣୁପଦ ରାଉତରାୟଙ୍କ ସହ ପହଞ୍ଚିଛନ୍ତି। କୁହାଯାଉଛି ଏଥର ବିଜୟ ପୁଅ ଲାଗି ଲବି କରିପାରନ୍ତି ସୁପ୍ରିମୋଙ୍କ ପାଖରେ।

Comment