ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା ପାଟପାଣି ଜଙ୍ଗଲରେ ପ୍ରବେଶ କରିଛନ୍ତି ହାତୀପଲ। ଏ ସମ୍ପର୍କରେ କୋମନା ବନ ବିଭାଗ କର୍ମଚାରୀ ଖବର ପାଇ  ହାତୀପଲକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ହାତୀପଲ ବଲାଙ୍ଗିର ଜିଲ୍ଲାରୁ ପାଟପାଣି ଜଙ୍ଗଲକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି।

ଗତ ମାସରେ ଅନୁପଗଡ଼ ଓ ସିଙ୍ଗାରି ଆଦି ଅଞ୍ଚଳରେ ୪୦ଟି ହାତୀ ପଶି ଆସିଥିଲେ। ହାତୀ ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଥିଲେ। ହାତୀ ଘଉଡାଇବା ପାଇଁ ବନ ବିଭାଗ କର୍ମୀଙ୍କୁ ନିୟୋଜିତ କରିଥିବା ରେଞ୍ଜର ଜଗଦିଶ ଦୁରିଆ କହିଛନ୍ତି।

Comment