ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା। ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୬ ଭିତରେ ଭଉୟ  ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ।

ତେବେ ଜାହା ସୂଚନା ମିଳିଛି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବେ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ।

ନବୀନ ପଟ୍ଟନାୟକ ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବିଜେପୁରର ମଧ୍ୟ ନିର୍ବାଚନ ଲଢିବେ। ସୋମବାର ବିଜେଡି ୯ଲୋକସଭା ସହ ୫୪ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଅନେକ ନୂଆ ମୁହଁ ଉପରେ ଭରସା କରିଛନ୍ତି ବିଜେଡି ସଭାପତି।

Comment