ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନା ସ୍ମାର୍ଟଫୋନ୍‌ କମ୍ପାନି ସାଓମି ଭାରତରେ ଲଞ୍ଚ କରିଛି ଏହାର ପେମେଣ୍ଟ୍‌ ଆପ୍‌ ‘ଏମ୍‌ଆଇ ପେ’। ଗୁଗଲ ପେ, ଫୋନ୍‌ ପେ ଭଳି ‘ଏମ୍‌ଆଇ ପେ’ ଆପ୍‌ ଜରିଆରେ ଲୋକେ ଅନ୍‌ଲାଇନ୍‌ ଟ୍ରାଞ୍ଜେକ୍ସନ୍‌ କରିପାରିବେ। ୟୁପିଆଇ ପେମଣ୍ଟ ସର୍ଭିସ ଜରିଆରେ ଏହି ଆପ୍‌ କାର୍ଯ୍ୟକାରୀ ହେବ। ‘ଏମ୍‌ଆଇ ପେ’ ଭାରତରେ ଲଞ୍ଚ୍‌ହେବା ପରେ ଗୁଗଲ୍‌ ପେ’କୁ ବର୍ତ୍ତମାନ ଟକ୍କର ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

‘ଏମ୍‌ଆଇ ପେ’ ପେମଣ୍ଟ୍‌ ଅପ୍‌କୁ ବ୍ୟବହାର କରିବା ଅତ୍ୟନ୍ତ ସହଜ। ଅନ୍ୟ ଆପ୍‌ ଭଳି ‘ଏମ୍‌ଆଇ ପେ’କୁ ନିଜ ଫୋନ୍‌ ନମ୍ବର ତଥା ବ୍ୟାଙ୍କ୍‌ ଆକାଉଣ୍ଟ୍‌ ତଥ୍ୟ ସାହାଯ୍ୟରେ ଖୋଲି ପାରିବେ। ଏହାକୁ ବ୍ୟବହାର ପାଇଁ ଏକ ଅଫର୍‌ ମଧ୍ୟ ଆରମ୍ଭ ହୋଇଛି। ଅଫର ଅନୁସାରେ ଏମ୍‌ଆଇ ପେ’ ବ୍ୟବହାରକାରୀ ଗ୍ରାହକ ରେଡମି ନୋଟ ୭ ଏବଂ ଏମ୍‌ଆଇ ଟିଭି ଜିତି ପାରିବେ।

ଏମ୍‌ଆଇ ପେ’ ବ୍ୟବହାର କରିବା ପାଇଁ ଗ୍ରାହକ ନିଜ ମୋବାଇଲ୍‌ ଫୋନ୍‌ରେ ଏମ୍‌ଆଇୟୁଆଇର ନୂଆ ଅପ୍‌ଡେଟ୍‌କୁ ଇଂଷ୍ଟଲ୍‌ କରିବାକୁ ପଡ଼ିବ। ଏହି ଆପ୍‌ରେ କ୍ୟୁଆର କୋଡ ଅପଶନ ଦିଆଯାଇଛି। ଯାହା ଦ୍ୱାରା ଟଙ୍କା ଟ୍ରାନ୍ସଫର୍‌ କରିବା ସହିତ ମନି ରିସିଭ୍‌ ମଧ୍ୟ କରିପାରିବେ।

Comment