ଓଡ଼ିଶାଲାଇଭ୍ ବ୍ୟୁରୋ

ପିଏନ୍‌ବି(ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ  ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନରେ ଗିରଫ କରାଯାଇଛି। ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। କିଛି ସମୟ ପରେ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହାଜର ହେବେ ନୀରବ।

କିଛି ଦିନ ପୂର୍ବେ ଲଣ୍ଡନରେ ବେଶ ବଦଳାଇ ବୁଲୁଥିବାବେଳେ ନଜର ଆସିଥିଲେ ନୀରବ।

୧୩ ମାସ ଧରି ନୀରବକୁ ଠାବ କରିବା ପାଇଁ ପ୍ରୟାସ ଚାଲିଥିଲା। ନୀରବଙ୍କୁ ରେଡକର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା। ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ।

ଠକେଇ ପରେ ଭାରତରୁ ଫେରାର ହୋଇ ଲଣ୍ଡନରେ ରହୁଥିଲା ନିରବ ମୋଦି। ପ୍ରତ୍ୟାର୍ପଣ ପାଇଁ ଲଣ୍ଡନକୁ ଅନୁରୋଧ କରଥିଲା ଭାରତ।

Comment