ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ବିବେକ ଓବ୍‌ରାୟ ଆଗାମୀ ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦି ପାଇଁ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ବିବେକଙ୍କ ସହିତ ନଜର ଆସିବେ ତାଙ୍କ ବାପା ତଥା ଅଭିନେତା ସୁରେଶ ଓବ୍‌ରାୟ। ଫିଲ୍ମର ପ୍ରଡ୍ୟୁସର ସନ୍ଦୀପ ସିଂହ ଏହି ଖୁଲାସା କରିଛନ୍ତି।

ନିକଟରେ ଫିଲ୍ମର ସେକେଣ୍ଡ ଟିଜର ରିଲିଜ ହୋଇଛି। ଏଥିସହିତ ଫିଲ୍ମର ରିଲିଜ ଡେଟ୍‌ରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫିଲ୍ମଟି ଏପ୍ରିଲ ୧୨ରେ ରିଲିଜ ହେବାର ଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଫିଲ୍ମକୁ ଏପ୍ରିଲ ୫ରେ ରିଲିଜ କରାଯିବ।

ପିଏମ୍‌ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀଠୁ ନେଇ ୨୦୧୪ ସାଧାରଣ ନିର୍ବାଚନରେ ବିଜୟ ଓ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରାକୁ ଫିଲ୍ମରେ ଦର୍ଶାଯାଇଛି।

ଫିଲ୍ମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଅଭିନେତା ମନୋଜ ଜୋଶୀ ଅଭିନୟ କରିଛନ୍ତି।

ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ।

Comment