ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ନିର୍ମାଣ ହେବାକୁ ଯାଉଛି ପୁଣି ଏକ ଯୁଦ୍ଧ ଆଧାରିତ ଫିଲ୍ମ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିବେ ବଲିଉଡ ସିଙ୍ଘମ୍‌ ଅଜୟ ଦେବଗନ। ଫିଲ୍ମଟିର ନାଁ ହେଉଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଫିଲ୍ମରେ ଅଜୟ ଦେବଗନ୍‌ ସ୍କ୍ୱାଡ୍ରନ ଲିଡର ବିଜୟ କାର୍ଣ୍ଣିକଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ।

୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧରେ ସ୍କ୍ୱାଡ୍ରନ ଲିଡର ବିଜୟ କାର୍ଣ୍ଣିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ଥିଲେ ଗୁଜୁରାଟ ଭୁଜ୍ ଏୟାରଫୋର୍ସର ବେସ୍‌ ଇନଚାର୍ଜ। ଏହି ସତ୍ୟ କାହାଣୀ ଉପରେ ବଲିଉଡରେ ନିର୍ମାଣ ହେବାକୁ ଯାଉଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’।

ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚେପ୍ରା ବିଭିନ୍ନ ଭୂମିକାରେ ନଜର ଆସିବେ। ଏନେଇ ଅଜୟ ଦେବଗନ୍‌, ପରିନିତି ଓ ସୋନାକ୍ଷୀ ଉତ୍ସାହିତ ହୋଇ ସୋଶାଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ନିକଟରେ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ର ଜବରଦସ୍ତ ହିଟ୍‌ ହେବା ପରେ ଯୁଦ୍ଧ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଅଧିକ ରହିଛି। ଏଭଳି ସମୟରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ନିର୍ଦ୍ଦେଶକ ଅଭିଷେକ ଦୁଧୈୟା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ବାଳିଛନ୍ତି।

Comment