ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଛି। ଦାମ ରାଉତଙ୍କ ପତ୍ନୀଙ୍କ ନାମ ସ୍ନେହଲତା ମହାପାତ୍ର। ଆଜି ସକାଳେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ପାଖାପାଖି ଦୁଇ ମାସ ଦେବ ସେ ଚିକିତ୍ସିତ ହେଉଥିଲେ।

Comment