ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ଉଦମପୁରରେ ଜଣେ ସିଆରପିଏଫ୍ ଯବାନ ନିଜର ୩ ଜଣ ସାଥୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସାଥୀଙ୍କୁ ଗୁଳି କରିବା ପରେ ଯବାନ ଜଣକ ନିଜକୁ ମଧ୍ୟ ଗୁଳି କରିଛନ୍ତି। ତାଙ୍କୁ ଗମ୍ଭୀର ଅବସ୍ଥାରେ ଉଦମପୁର ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି। ସାଥୀଙ୍କୁ ଗୁଳି କରିଥିବା ଯବାନ ଜଣକ ଙ୍କୁ ନାମ ଅଜିତ କୁମାର ଜଣାପଡ଼ିଛି।

ବଟଲ ବାଲିୟନ ଅଞ୍ଚଳରେ ସିଆରପିଏଫ୍‌ର ୧୮୭ ବାଟାଲିଅନ ଶିବିରରେ ବୁଧବାର ରାତିରେ ଏହି ଅଘଟଣ ଘଟିଛି। ସାଥୀଙ୍କ ସହ କୌଣସି କାରଣରୁ ବିବାଦ ହେବାରୁ ଅଜିତ କୁମାର ଉତ୍ତେଜିତ ହୋଇ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଯବାନଙ୍କ ଭିତରେ କେଉଁ ବିଷୟକୁ ନେଇ ବିବାଦ ହୋଇଥିଲା ତା’ ଜଣାପଡ଼ିନି।

Comment