ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ଆଇପିଏଲ୍‌ କାଉଣ୍ଟ୍‌ଡାଉନ୍‌। ଆସନ୍ତା ମାର୍ଚ୍ଚ ୨୩ରେ ଆଇପିଏଲ୍‌ର ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଖେଳାଯିବ। ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଖେଳୁଥିବା ପ୍ରଥମ ମ୍ୟାଚ୍‌ର ସମସ୍ତ ଆ଼ୟ ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦ ସିଆରପିଏଫ ଯବାନଙ୍କ ପରିବାରକୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏନେଇ ସିଏସ୍‌କେର ନିର୍ଦ୍ଦେଶକ ରାକେଶ ସିଂହ ଘୋଷଣା କରିଛନ୍ତି। ରାକେଶ ସିଂହ କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚର ସମସ୍ତ ଆୟ ଫେବୃଆରୀ ୧୪ ପୁଲଓ୍ଵାମାରେ ସହିଦ ଯବନାଙ୍କ ପରିବାରକୁ ଦିଆଯିବ। ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏହି ଚେକ୍ ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ଚଳିତ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ୮ଟାରେ ଖେଳାଯିବ।

ଏହା ପୂବର୍ରୁ ଆଇପିଏଲ୍‌ ଚଳିତ ସିଜନ୍‌ର ଉଦ୍‌ଘାଟନୀ ସମାରୋହ କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ଏଥିରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କା ପୁଲୱାମା ଆକ୍ରମଣରେ ସହିଦ ସିଆର୍‌ପିଏଫ୍‌ ଯବାନଙ୍କ ପରିବାରକୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ୍‌ ଆୟକୁ ସହିଦଙ୍କ ପରିବାରକୁ ଦିଆଯିବା ଘୋଷଣା ହୋଇଛି।

Comment