ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇକର ନମ୍ବର ପ୍ଲେଟରେ ବିଜେପି ଦଳର ପଦ୍ମ ଚିହ୍ନ ଲଗାଇ ଉତ୍ତରପ୍ରଦେଶର ପୋଲିସ ସବ୍ ଇନ୍ସପେକ୍ଟର ଫସିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଟୋ ଯାଞ୍ଚ ପରେ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ମାମଲା ରୁଜୁ ହୋଇଛି। ଏହା ସହ ସମ୍ପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ବାଇକକୁ ଜବତ କରାଯାଇଛି।

ଜିଲ୍ଲା ପୋଲିସ ଏସପିଙ୍କ କହିବା ଅନୁଯାୟୀ, ଠାକୁରଗଞ୍ଜ ପୁଲିସ ଷ୍ଟେସନରେ କାର୍ଯ୍ୟରତ ପୋଲିସ ସବ୍ ଇନ୍ସପେକ୍ଟରଙ୍କ ନାଁ ଅବନୀଶ ସିଂହ। ଅବନୀଶଙ୍କ ବିରୋଧରେ ଧାରା ୧୮୮ଅନୁଯାୟୀ ଏତଲା ରୁଜୁ ହୋଇଛି। ଏସ୍‌ଏସ୍‌ପି ମାମଲାକୁ ଗମ୍ଭୀରତାର ସହ ନେବା ସହ ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ନମ୍ବର ପ୍ଲେଟର କୌଣସି ଚିହ୍ନ ରଖିବା ଏକ ଅପରାଧ। କାରଣ ପରିବହନ ନିୟମ ଅନୁଯାୟୀ, ନମ୍ବର ପ୍ଲେଟରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖାଗଲେ ତାହା ଆଇନ ବିରୁଦ୍ଧ। ଏଭଳି କରିବା ଦ୍ୱାରା ଆର୍‌ଟିଓ ଗାଡ଼ି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

Comment