ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଏବେ ରଙ୍ଗର ପର୍ବ ହୋଲି ପାଳନ ହେଉଥିଲାବେଳେ ଜମ୍ମୁରେ ଆତଙ୍କବାଦୀ ଓ ସୁରକ୍ଷକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ବାନ୍ଦିପୁରାର ହାଜିନ୍‌ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହଁମୁହିଁ ହୋଇଛନ୍ତି। ଜମ୍ମୁ କଶ୍ମୀର ୩ଟି ସ୍ଥାନରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ ହୋଇଛି। ପାକ୍‌ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି।

ଜମ୍ମୁର ସୋପୋର, କଲନ୍ତରା ଓ ବାନ୍ଦିପୁରାରେ ଗୁଳି ବିନିମୟ ଜାରି ରହିଛି। ରାଜୌରୀରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରିଛି।

ଆତଙ୍କବାଦୀ ବାରାମୂଳା ଜିଲ୍ଲା ସପୋରରେ ସିଆରପିଏଫ୍‌ର କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ୩ ଯବାନ ଆହତ ହୋଇଥିଲେ।

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବି ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ। ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରିଚାଲିଛି। ମାତ୍ର ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇନାହନ୍ତି।

Comment