ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଞ୍ଜିନିୟରିଂ ଓ ମେଡିକାଲ୍‌ ପାଠ୍ୟକ୍ରମ ବ୍ୟତିତ ଅନ୍ୟ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ମେ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଅନୁଷ୍ଠିତ ହେବ।

ଏଥିପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ଥିଲା ଯାହାକୁ ବୃଦ୍ଧି କରାଯାଇ ଏପ୍ରିଲ ୫କରାଯାଇଛି। ଏପ୍ରିଲ ୧୦ସୁଦ୍ଧା ଅନଲାଇନ୍‌ରେ ଛାତ୍ରଛାତ୍ରୀ ଆବେଦନ ଫି ଦାଖଲ କରିପାରିବେ।

ସେହିପରି ଏପ୍ରିଲ୨୦ରୁ ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ।

ଏହି ପରୀକ୍ଷା ଲାଟେରାଲ୍‌ ଏଣ୍ଟ୍ରି (ଏମସିଏ, ବିଟେକ, ଫାର୍ମାସି,ଏମ ଫାର୍ମୀସି) ଇଣ୍ଟିଗ୍ରେଟେଡ ଏମବିଏ, ଏମସିଏ ଭଳି ପାଠ୍ୟକ୍ରମ ଲାଗି ଅନୁଷ୍ଠିତ ହୋଇଥାଏ।

Comment