ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ। ବିଜେପି କାର୍ଯ୍ୟାଳୟରେ ପ୍ରମୁଖ ନେତାମାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରିଷଭ ନନ୍ଦ।

ରିଷଭ ନନ୍ଦ ଥିଲେ ବେଗୁନିଆ ବୋଲଗଡ଼ ପାଇଁ ଆଶାୟୀ ପ୍ରାର୍ଥୀ। ତେବେ ଆଗାମୀ ନିର୍ବାଚନୀ ଗଣିତକୁ ଦୃଷ୍ଟିରେ ରଖି ବିଜେଡି ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବିଜେପିରେ ମିଶିଛନ୍ତି ରିଷଭ।

ଗୁରୁବାର ସେ ବିଜେପି ଶିବିରରେ ପ୍ରମୁଖ ବିଜେପ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରିଷଭ।

Comment