ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଲଢ଼ିବେନି ଅଭିନେତା ସଲମାନ ଖାନ୍‌। ଏନେଇ ଟୁଇଟ୍‌ କରି ସଲମାନ୍ ସୂଚନା ଦେଇଛନ୍ତି। ଟୁଇଟ୍‌ରେ ସଲମାନ୍‌ କହିଛନ୍ତି, “ ମୁଁ ଆସନ୍ତା ନିର୍ବାଚନରେ ଲଢ଼ିବି ନାହିଁ। ଏମିତିକି କୌଣସି ରାଜନୈତିକ ଦଳର ନିର୍ବାଚନ ପ୍ରଚାରରେ ଭାଗ ନେବି ନାହିଁ।”

ସଲମାନ୍‌ ଖାନ୍‌ ଚଳିତ ବର୍ଷ  ନିର୍ବାଚନ ଲଢ଼ିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା। ତେବେ ସଲମାନ୍‌ ଏହାକୁ ଖଣ୍ଡନ କରିଛନ୍ତି। ଏ ଖବରକୁ ଗୁଜବ କହିବା ସହିତ ଆସନ୍ତା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Comment