ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସବୁଠି ଦୋଳପୂର୍ଣ୍ଣିମା ପାଳନ କରାଯାଉଛି। ଗାଁ ଠୁ ସହର ସବୁଠି ଦୋଳଉତ୍ସବର ମାହୋଲ। ଦୋଳ ଉତ୍ସବ ଲାଗି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି।

ଦୋଳ ଉତ୍ସବରେ ମହାପ୍ରଭୁ ସୁନାବେଶେରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅନେକ ଗହଳି ଲାଗି ରହିଛି।

ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କରାଯାଇଛି।

Comment